You are here

Back to top

Sua Muhanra Patara O Anyanya Galpa (Paperback)

Sua Muhanra Patara O Anyanya Galpa Cover Image
$18.00
Usually Ships in 1-5 Days
(This book cannot be returned.)

Description


ପ୍ରାଣବନ୍ଧୁ କର ଏକାଧାରରେ ଥିଲେ ଜଣେ ସଫଳ, ଆଦୃତ ଓ ଯଶସ୍ୱୀ ଗାଳ୍ପିକ ଓ ନାଟ୍ୟକାର । ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ଆଧୁନିକ ଓଡ଼ିଆ ଗଳ୍ପଧାରାକୁ ଯେଉଁମାନେ ନୂତନ ଦିଗ୍]ଦର୍ଶନ ଦେଇଛନ୍ତି ସେମାନଙ୍କ ଭିତରୁ ସେ ହେଲେ ଅନ୍ୟତମ । ତାଙ୍କର ଗଳ୍ପଗୁଡ଼ିକ ବୈଚିତ୍ର]୍ୟପୂର୍ଣ୍ଣ, ବାସ୍ତବବାଦୀ, ଆଧୁନିକ ଓ ମନସ୍ତାତ୍ତ୍ୱିକ ବିଶ୍ଳେଷଣରେ ଭରପୂର । ଭାଷା ଓ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ସ୍ୱାଭାବିକ, ସାବଲୀଳ ଓ ନାଟକୀୟ । ଅଧ୍ୟାପନା ବୃତ୍ତି ହେତୁ ସେ ସମାଜ, ପାରିପାଶ୍ୱିର୍କ ପରିବେଶ ଓ ସ୍ୱାଧୀନତା ପରେ ଦେଶର ପରିବର୍ତ୍ତନକୁ ଅତ୍ୟନ୍ତ ନିଖୁଣ ଭାବେ ନିରେଖି ତାଙ୍କ ସାହିତ୍ୟ ସୃଷ୍ଟି କରୁଥିଲେ । ସମକାଳୀନ ସମାଜର ଜୀବନ, ସଂଘର୍ଷ, ସୁଖ-ଦୁଃଖ, ଆଶା ଓ ନିରାଶା ଉପରେ ତାଙ୍କ ଗଳ୍ପଗୁଡ଼ିକ ମୁଖ୍ୟତଃ ଆଧାରିତ । ସେଗୁଡ଼ିକ ମଧ୍ୟରେ ଖୁବ୍ ସୁନ୍ଦର ଭାବେ ପ୍ରସ୍ଫୁଟିତ ପ୍ରେମ, ଉପେକ୍ଷିତ ବର୍ଗର ଉତ୍ପୀଡ଼ନ, ଶୋଷିତ ଆଦିବାସୀଙ୍କର ମର୍ମବେଦନା, ସେମାନଙ୍କର ପ୍ରତିବାଦ ଓ ସାଲିସବିହୀନ ସଂଗ୍ରାମ ପ୍ରତିଫଳିତ ହୋଇଛି । ଏସବୁରୁ ବାରି ହୋଇପଡ଼େ ପ୍ରାଣବନ୍ଧୁଙ୍କ ସାମ୍ୟବାଦ ବିଚାରଧାରା ଓ ଅନ୍ୟାୟ ବିରୋଧରେ ସ୍ୱର ।

ପ୍ରାଣବନ୍ଧୁ ନ ଥିଲେ ବହୁପ୍ରସୂ । ଦୀର୍ଘ ସାତ ଦଶନ୍ଧିର ସାହିତ୍ୟ ସାଧନାରେ ସେ ସୃଷ୍ଟି କରିଥିଲେ ମୋଟ ୫୨ଟି ଗପ । ତାଙ୍କ ସ୍ୱୀକାରୋକ୍ତି ଅନୁଯାୟୀ, ପତ୍ରପତ୍ରିକାର ସମ୍ପାଦକ ବା ଛାତ୍ରଛାତ୍ରୀଙ୍କ ବିନା ଚାପରେ ତାଙ୍କର କଲମ ଚାଲୁ ନ ଥିଲା । ସେ ନିଜର ପ୍ରଚାର ଓ ପ୍ରସାରକୁ ପସନ୍ଦ କରୁ ନ ଥିଲେ ।

ଓଡ଼ିଆ ଗଳ୍ପ ସାହିତ୍ୟର ଏହି ମହାମନିଷୀଙ୍କ ଲୋକପ୍ରିୟ ଗଳ୍ପସବୁକୁ ଏକାଠି କରି ବିଶ୍ୱର କୋଣଅନୁକୋଣରେ ଥିବା ଓଡ଼ିଆ ସାହିତ୍ୟପ୍ରେମୀଙ୍କ ନିକଟରେ ପହଞ୍ଚାଇବା ହେଲା ଏହି ସଂକଳନର ଉଦ୍ଦେଶ୍ୟ । ଆଶା, ପାଠକମାନେ ଏହାକୁ ଆଦରର ସହିତ ଗ୍ରହଣ କରିବେ ।


Product Details
ISBN: 9781645604778
ISBN-10: 1645604772
Publisher: Black Eagle Books
Publication Date: November 16th, 2023
Pages: 316
Language: Oriya

Welcome to Next Page!

   

 

Click below to read our Newsletter!

April Newsletter

Check out our Author Resource page at the link below

Author Resource Page

Our Pre-Orders are here! Check out what we have in store!

Pre-Order