You are here

Back to top

Bichitrabarna (Paperback)

Bichitrabarna Cover Image
$14.00
Usually Ships in 1-5 Days
(This book cannot be returned.)

Description


ପୁରୁଷ ଆଖିରେ ନାରୀ ଏକ ଚିର ବିସ୍ମୟ । ସେ ତାକୁ ଭଲପାଏ, ଘୃଣା କରେ, ପୂଜା କରେ, ତିରସ୍କାର କରେ ଓ ଭୟ ମଧ୍ୟ କରେ । ତା'ର ଏଇ ଭାବକୁ ରୂପ ଦେବା ପାଇଁ କେତେବେଳେ ତାକୁ ରାଧା ରୂପରେ କଳ୍ପନା କରିଛି ତ କେତେବେଳେ ପାର୍ବତୀ, କାଳୀ, ମହାଲକ୍ଷ୍ମୀ, ପିଙ୍ଗଳା, ଅଲକ୍ଷ୍ମୀ ରୂପରେ ଚିତ୍ରିତ କରିଛି । କେତେବେଳେ ତାକୁ ବିଶ୍ୱାସର ପ୍ରତିମୂର୍ତ୍ତି ରୂପରେ ଗ୍ରହଣ କରିଛି ତ କେତେବେଳେ ବିଶ୍ୱାସଘାତିନୀ ରୂପରେ ଚିତ୍ରିତ କରିଛି ।

ସେ ତାକୁ ମା' ରୂପରେ ପୂଜା କରିଛି, ପ୍ରେମିକା ରୂପରେ ଭଲ ପାଇଛି, ଜାୟା ରୂପରେ ବିଶ୍ୱାସ ଓ ପ୍ରେମ କରିଛି, ଭଗିନୀ ରୂପରେ ସ୍ନେହ ଦେଇଛି । ପୁଣି ତାକୁ ବେଶ୍ୟା କରି ଘୃଣା କରିଛି, ବିଶ୍ୱାସଘାତିନୀ ରୂପରେ ହତ୍ୟା କରିଛି । ତାକୁ ନାନା ପ୍ରକାର ଅର୍ଗଳି ଓ ଶିକୁଳି ଭିତରେ ବନ୍ଦୀ କରି ରଖିଛି । ପୁଣି ସେ ଅବଳା, ଦୁର୍ବଳା ବୋଲି ଯୁଗଯୁଗ ଧରି ତା'ର ମାନସିକ ଚେତନାକୁ ବ୍ରେନ୍]ୱାଶ୍ କରିଛି, ସେ ଯେପରି ନିଜେ କେବେହେଲେ ନିଜର ଶକ୍ତିକୁ, ନିଜର ସ୍ୱରୂପକୁ ଚିହ୍ନି ନ ପାରେ ।

ନାରୀର ଚରିତ୍ରକୁ ବୁଝିବାକୁ ଯାଇ ପୁରୁଷ ଭୂଆଁ ବୁଲିଛି ଚିରକାଳ । ମନସ୍ତତ୍ୱ, ଯୌନତତ୍ୱ, ଶରୀରତତ୍ୱ, ଭେଷଜତତ୍ୱ, ପରିସଂଖ୍ୟାନ ସବୁ ପ୍ରକାର ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ ତା'ର ଚରିତ୍ର ବିଶ୍ଳେଷଣର ଚେଷ୍ଟା ଆଜିଯାଏ ଚାଲିଛି ଅବିରତ । ତଥାପି ଏକ ନିର୍ଦ୍ଧାରିତ ସତ୍ୟରେ ପୁରୁଷ ଆଜିଯାଏଁ ଉପନୀତ ହୋଇପାରିନାହିଁ । କାରଣ ମଣିଷ ତ ଏକ ଯନ୍ତ୍ର ନୁହେଁ । ସେ କୋଉ ପରିସ୍ଥିତିରେ କେମିତି ଭାବରେ ପ୍ରତିକ୍ରିୟା ଦେଖାଇବ ତାହା ଯାନ୍ତ୍ରିକ ପଦ୍ଧତିର ପୁନରାବୃତ୍ତି ଦ୍ୱାରା ନିର୍ଣ୍ଣୟ କରିହେବ ନାହିଁ । ଆଉ ମଣିଷ ଭିତରେ ନାରୀ । ତାକୁ କ'ଣ ଏତେ ସହଜରେ ବୁଝିଯାଇ ହେବ?



Product Details
ISBN: 9781645602286
ISBN-10: 1645602281
Publisher: Black Eagle Books
Publication Date: January 1st, 2022
Pages: 156
Language: Oriya

Welcome to Next Page!

   

 

Click below to read our Newsletter!

April Newsletter

Check out our Author Resource page at the link below

Author Resource Page

Our Pre-Orders are here! Check out what we have in store!

Pre-Order